Categories: ଫୁରସତ

ଘୋଡ଼ାକୁ ଗେଲ କରୁଥିଲେ ଯୁବତୀ, ଆଉ ତା’ ପରେ…

ମଣିଷ ଏବଂ ପଶୁ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଉଭୟ ପରସ୍ପରକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ଲୋକେ ଗୃହପାଳିତ ପଶୁପକ୍ଷୀ ରଖିଥାନ୍ତି। ପଶୁମାନଙ୍କୁ ସେମାନଙ୍କର ବନ୍ଧୁ ଭାବରେ ଦେଖିଥାନ୍ତି। ବେଳେବେଳେ ଦୁହିଁଙ୍କ ମଧ୍ୟରେ ବହୁତ ଖୁସି ମଜା ହୋଇଥାଏ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏବେ ସେମିତି ଏକ ଭିଡିଓ ଖୁବ୍‌ ଚର୍ଚ୍ଚାରେ ରହିଛି। ଯେଉଁଥିରେ ଜଣେ ଯୁବତୀ ଏବଂ ତାଙ୍କ ପୋଷା ଘୋଡ଼ା ସହିତ ମଜା କରୁଥିବା ଦେଖିବାକୁ ମିଳିଛି।

 

ଅଗଷ୍ଟିନ ନାମକ ଏହି ଯୁବତୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ଟିକଟୋକ, ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଅଗଷ୍ଟିନଙ୍କ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଘୋଡ଼ା ପାଳିବାକୁ ବହୁତ ଭଲ ପାଆନ୍ତି। ଭିଡିଓରେ ଅଗଷ୍ଟିନ ଷ୍ଟଲରେ ନଜର ଆସିଛନ୍ତି। ସେ ଘୋଡ଼ାକୁ ଗେଲ କରୁଥିଲେ। କଳା ରଙ୍ଗର ଘୋଡ଼ା ମଧ୍ୟ ତାଙ୍କୁ ବହୁତ ଭଲପାଉଥିବା ଦେଖାଯାଏ। ହଠାତ୍‌ ଘୋଡ଼ା ତା’ ପାଟିରେ ଅଗଷ୍ଟିନ୍‌ଙ୍କ ଡ୍ରେସ୍‌ ଖୋଲିଦେଲା। ଏହା ଦେଖି ଅଗଷ୍ଟିନ୍‌ ଲାଜେଇ ଯିବା ସହ ହସିବାକୁ ଲାଗିଲେ।

ଭିଡିଓଟିକୁ ବତ୍ତମାନ ସୁଦ୍ଧା ୩୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ କମେଣ୍ଟ ବି କରିଛନ୍ତି। କିଛି ଲୋକ ଅଗଷ୍ଟିନ୍‌ଙ୍କୁ ଅଶ୍ଳୀଳ କମେଣ୍ଟ ମଧ୍ୟ କରିଛନ୍ତି। କେହି କେହି ମଜାଳିଆ କମେଣ୍ଟ ବି ଦେଇଛନ୍ତି।

Share