ମେଶିନ୍‌ ଗନ୍‌ରେ ଭିଡିଓ ଶୁଟ୍‌ କରୁଥିଲେ ଯୁବତୀ, ହଠାତ୍‌ ଟ୍ରିଗରରେ ବାଜିଗଲା ହାତ; ଆଉ ତା’ ପରେ…

ମେକ୍ସିକୋ,୨୫ା୨: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଠି ଲୋକମାନେ ନିଜର ଜୀବନଶୈଳୀଠୁ ଆରମ୍ଭ କରି ପ୍ରତ୍ୟେକ କଥା ଶେୟାର କରିଥାନ୍ତି। ଏହା ଏବେ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଗଲାଣି। କିନ୍ତୁ ମେକ୍ସିକୋର ଜଣେ ଯୁବତୀଙ୍କ ପାଇଁ ସୋସିଆଲ ମିଡିଆରେ ଭିଡିଓ ଶୁଟ୍‌ ମହଙ୍ଗା ପଡ଼ିଛି।

ମେକ୍ସିକୋର ସିନାଲୋଆର ଗୁଆସେଭ୍‌ର ୨୨ ବର୍ଷୀୟା ୟାସିମିନ ଏସ୍‌ମେରାଲାଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯୁବତୀ ଜଣଙ୍କ ତାଙ୍କ ଜେଜେମା’ଙ୍କ ଘରେ ଥିଲେ। ଜେଜେମା’ଙ୍କ ଘରେ ଏକ ମେଶିନ ଗନ୍‌ ଥିବା ସେ ଦେଖିଥିଲେ। ତେଣୁ ସେ ତାଙ୍କ ଟିକ୍‌ଟକ୍‌ ପାଇଁ ଏକ ଭିଡିଓ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ।

ସେ ଏକ ଭିଡିଓ କରିବା ସମୟରେ ବନ୍ଧୁକର ଟ୍ରିଗର ଚାପି ହୋଇଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ବୃଦ୍ଧାଙ୍କ ଘରେ ପହଞ୍ଚିଥିଲା। ସେ କାହିଁକି ଘରେ ମେଶିନ୍‌ ଗନ୍‌ ରଖିଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଛି।

Share