ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ତାପଙ୍ଗ ଷ୍ଟେଶନରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଷ୍ଟେଶନରେ ଠିଆ ହୋଇଥିବା ଏକ ମାଲ୍ବାହୀ ଟ୍ରେନ୍ ଉପରେ ଚଢ଼ି ଜଣେ ଯୁବତୀ ସେଲ୍ଫି ନେଉଥିବା ବେଳେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ବର ନିଆଯାଉଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଖୋର୍ଦ୍ଧା ରୋଡ୍ ଆର୍ପିଏଫ୍ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଯୁବତୀଙ୍କ ପରିଚୟ ମିଳିପାରିନାହିଁ।