ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କୁ ସମୁଦ୍ରକୂଳ ରେଷ୍ଟୁରାଣ୍ଟରୁ ବାହାର କରି ଦିଆଯାଇଛି। କାରଣ ଏଠାରେ ଥିବା କର୍ମଚାରୀମାନେ ଯୁବତୀ ଜଣକ ପିନ୍ଧିଥିବା ଛୋଟ ଡ୍ରେସ୍ ଦେଖି ତାଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରି ଦେଇଥିଲେ। ଇଟାଲୀର ବାସିନ୍ଦା ମାର୍ଟିନା କୋରାଡି କହିଛନ୍ତି, ଅଷ୍ଟ୍ରେଲିଆର ବୋଡି ବିଚ୍ରେ ଏପରି ଘଟିବା ପରେ ତାଙ୍କୁ ବହୁତ ଲାଜ ଲାଗିଛି।
ମାର୍ଟିନା ରେଷ୍ଟୁରାଣ୍ଟକୁ ଏକ ଗ୍ରେ କଲରର କ୍ରପ୍ ଟପ୍ ଏବଂ ଧଳା ଟ୍ରାଉଜର ପିନ୍ଧି ଯାଇଥିଲେ। ସେହି ସମୟରେ ରେଷ୍ଟୁରାଣ୍ଟର ଜଣେ ମହିଳା କର୍ମଚାରୀ ତାଙ୍କ ପୋଷାକ ଦେଖି ତାଙ୍କୁ ରେଷ୍ଟୁରାଣ୍ଟ ଛାଡ଼ିବାକୁ କହିଥିଲେ। ସେତେବେଳେ ସେ ତାଙ୍କ ପ୍ରେମିକଙ୍କ ସହ ଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି ମାର୍ଟିନା ଲେଖିଛନ୍ତି, ମୁଁ ଚାହୁଁଛି ଲୋକମାନେ ଏହି ବିଷୟରେ ମତାମତ ଦିଅନ୍ତୁ। କାରଣ ଏହି ଘଟଣା ପରେ ମୁଁ ବହୁତ ଲଜ୍ଜା ଅନୁଭବ କରିଥିଲି ଏବଂ ଖୁବ୍ ରାଗି ଯାଇଥିଲି ମଧ୍ୟ।
ମାର୍ଟିନାଙ୍କ ଏହି ପୋଷ୍ଟ ପରେ ଅନେକ ୟୁଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ରେଷ୍ଟୁରାଣ୍ଟର ଅଜବ ନୀତିକୁ ସମାଲୋଚନା କରିଛନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏହି ଡ୍ରେସ ଅଫିସ୍ ପାଇଁ ଭଲ ହୋଇ ନ ପାରେ, କିନ୍ତୁ ରେଷ୍ଟୁରାଣ୍ଟରେ ପିନ୍ଧିବା କିଛି ଆପତ୍ତିଜନକ କଥା ନୁହେଁ।