ଏହି ଦେଶର ମିସ୍‌ ୱାର୍ଲଡ ମୁକୁଟ ପିନ୍ଧିଲେ…

ନୂଆଦିଲ୍ଲୀ: ମିସ୍‌ ୱାର୍ଲଡ ଆମେରିକା -୨୦୨୧ର ମୁକୁଟ ପାଇଁ ଜଣେ ଭାରତୀୟ-ଆମେରିକୀୟ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ  ଶ୍ରୀସାଇନି।  ଭାରତରେ ଜନ୍ମ ହୋଇଥିଲେ ମଧ୍ୟ  ସେ ଆମେରିକାରେ ରହିଆସୁଛନ୍ତି।  ଲସ୍‌ ଆଞ୍ଜେଲସ୍‌ସ୍ଥିତ ମିସ୍‌ ୱାର୍ଲଡ ଆମେରିକା ମୁଖ୍ୟାଳୟଠାରେ  ଡାଏନା ହେଡେନ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ଏହି ସଫଳତାର ଶ୍ରେୟ ତାଙ୍କ ପରିବାର ,ବିଶେଷ କରି ତାଙ୍କ ମା’ଙ୍କୁ ଦେଇଛନ୍ତି ଶ୍ରୀସାଇନି।
ତାଙ୍କ ଜୀବନ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ୧୨ ବର୍ଷ ବୟସରେ ସେ ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ମୁହଁ ପୋଡ଼ି ଯାଇଥିଲା। ଶ୍ରୀସାଇନି ଏମ୍‌ଡବ୍ଲ୍ୟୁଏ ନ୍ୟାସନାଲ ବିୟୁଟିର ସମ୍ମାନଜନକ ପଦବୀରେ ମଧ୍ୟ ଅଛନ୍ତି।

 

Share