ପାରଳାଖେମୁଣ୍ଡି,୧୩ା୧(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରୁ ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ କରାଯାଇଛି। ପୋଲିସ ଫାଣ୍ଡିଠାରୁ ମାତ୍ର ୧୦୦ ମିଟର ଦୂରରେ ପଡ଼ିଥିଲା। ପାରଳାଖେମୁଣ୍ଡି ପୋଲିସ ଗୁରୁବାର ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଳମ୍ବିତ ରାତିରେ କେହି ହତ୍ୟା କରି ଆଣି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। କିନ୍ତୁ ଫାଣ୍ଡି ନିକଟରେ ଥାଇ କିଭଳି ପୋଲିସ ଜାଣି ପାରିଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ ଯୁବତୀଙ୍କ ବୟସ ୨୦ ରୁ ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚାଲିଛି।