ଏହି ଅଭିନେତାଙ୍କ ପାଇଁ ଯୁବତୀମାନେ ରକ୍ତରେ ଲେଖୁଥିଲେ ଚିଠି

ଆଜି ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଜନ୍ମଦିନ। ଡିସେମ୍ବର ୨୯, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜେଶ ଖାନ୍ନା ‘ଆଖିର୍‌ ଖତ୍‌’ ଫିଲ୍ମରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ୍ଏହା ପରେ ଅନେକ ସୁପରହିଟ ଫିଲ୍ମରେ କାମ କରିଥିଲେ। ରାଜେଶ ଏମିତି ଏକ ଷ୍ଟାର ଥିଲେ ଯାହା ପାଇଁ ଦୁନିଆ ପାଗଳ ଥିଲା। ଝିଅମାନେ ତାଙ୍କ ଝଲକ ଟିକେ ପାଇବାକୁ ଆପେକ୍ଷା କରୁଥିଲେ। ପରିସ୍ଥିତି ଏପରି ଥିଲା ଯେ ସେ ନିଜ ଧଳା କାର କୌଣସି ସ୍ଥାନରେ ପାର୍କିଂ କରୁଥିଲେ, ଯୁବତୀମାନଙ୍କର ଲିପଷ୍ଟିକ ରଙ୍ଗରେ ତାଙ୍କ କାର ଗୋଲାପୀ ହୋଇଯାଉଥିଲା। କୁହାଯାଏ ଯେ ଲକ୍ଷ ଲକ୍ଷ ଝିଅ ତାଙ୍କର ପ୍ରଶଂସକ ଥିଲେ। ସେମାନେ ରକ୍ତରେ ଚିଠି ଲେଖି ନିଜ ପ୍ରେମକୁ ପ୍ରକାଶ କରୁଥିଲେ। କେବଳ ଏତିକି ନୁହେଁ,ଯୁବତୀମାନେ ସମାନ ରକ୍ତରେ ରାଜେଶ ଖାନ୍ନାଙ୍କ ନାମରେ ମଥାରେ ସିନ୍ଦୁର ଲଗାଉଥିଲେ। ଯଦି ରାଜେଶ ଖାନ୍ନାଙ୍କ ଫିଲ୍ମ ସିନେମା ହଲରେ ମୁକ୍ତିଲାଭ କରିଥିଲା, ତେବେ ଦର୍ଶକଙ୍କ ମଧ୍ୟରେ ଅଧିକ ଝିଅ ଥିଲେ। କାକା ଅର୍ଥାତ୍‌ ରାଜେଶ୍‌ ଖାନ୍ନା ସେତେବେଳେ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଥିଲେ। ସେ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି, ତାଙ୍କର ଏକ ବଡ଼ ହୃଦୟ ମଧ୍ୟ ଥିଲା। ସେ ସାଙ୍ଗମାନଙ୍କୁ ଦାମୀ ଉପହାର ଦେଉଥିଲେ। ରାଜେଶ ଖାନ୍ନା ତାଙ୍କ କ୍ୟାରିୟରରେ ଲଗାତାର ୧୭ଟି ବଡ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ।

Share