କରୋନା ଯୁଦ୍ଧରେ ଜିତି ଘରକୁ ଫେରିଥିବା ବଡ଼ ଭଉଣୀକୁ କିଛି ଏଭଳି ଢ଼ଙ୍ଗରେ ସ୍ବାଗତ ଜଣାଇଲେ ସାନ ଭଉଣୀ

ମୁମ୍ବାଇ,୨୦।୭: କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କେତେକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ସ୍ଥିତିରେ କରୋନା ଯୁଦ୍ଧରେ ଜିତିକରି ଫେରୁଥିବା ବ୍ୟକ୍ତିଙ୍କୁ ଘରର ସଦସ୍ୟ ଓ ପାଖ ପଡ଼ୋଶୀ ବେଶ୍‌ ଉତ୍ସାହର ସହ ସ୍ବାଗତ କରୁଥିବା ଦେଖିବାକୁ ମିଳେ। କିଏ ତାଳି ବଜାଉଥିବା ବେଳେ କିଏ ଫୁଲ ବର୍ଷା କରି ସେମାନଙ୍କୁ ସ୍ବାଗତ ଜଣାଇଥାନ୍ତି। ଇତିମଧ୍ୟରେ ମହାରାଷ୍ଟ୍ର ପୁଣେରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବଡ଼ ଭଉଣୀ ହସ୍ପିଟାଲରୁ ଫେରିବା ପରେ ତାଙ୍କ ସାନ ଭଉଣୀ କିଛି ଏଭଳି କରିଥିଲେ, ଯାହାକୁ ଦେଖି ସମସ୍ତେ ତାଙ୍କ ଫ୍ୟାନ୍‌ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ପୁଣେର ଧନକଓ୍ବଡ଼ି ଅଞ୍ଚଳରେ ରହୁଥିବା ସାତପୁତେ ପରିବାରରେ ୨୦ଦିନ ପୂର୍ବରୁ କରୋନା ଲକ୍ଷଣ ଦେଖାଦେଇଥିଲା। ଉକ୍ତ ଘରର ସବୁଠାରୁ ସାନ ଝିଅ ସଲୋନୀଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇ ଦିନ ପୂର୍ବରୁ ବଡ଼ ଭଉଣୀ କରୋନାରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସଲୋନୀଙ୍କ ଖୁସି କହିଲେ ନ ସରେ। ବଡ଼ ଭଉଣୀଙ୍କୁ ସ୍ବାଗତ ଜଣାଇବାକୁ ଯାଇ ରାସ୍ତା ଉପରେ ସେ ଏକ ଫିଲ୍ମ ଗୀତରେ ଡ୍ୟାନ୍ସ କରିବାକୁ ଲାଗିଥିଲେ। ସାନ ଭଉଣୀଙ୍କୁ ଡ୍ୟାନ୍ସ କରୁଥିବା ଦେଖି ବଡ଼ ଭଉଣୀ ମଧ୍ୟ ନିଜକୁ ଆଉ ସମ୍ଭାଳି ନ ପାରି ଡ୍ୟାନ୍ସ କରିବାକୁ ଲାଗିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ସେନ୍‌ସେସନ୍‌ ପାଲଟିଛି।

Share