ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର ଶିକାର ହୋଇଥିବା ସାନଙ୍କ ବୟସ ୮ ବର୍ଷ ଏବଂ ବଡ଼ଙ୍କ ବୟସ ୧୨ ବର୍ଷ। ଦୁଇ ଭଉଣୀ ମିଶି ଚପଲ କିଣିବକୁ ମାର୍କେଟ ଆସିଥିଲେ। ଏହି ସମୟରେ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ଅଞ୍ଚଳର ଏକ ଅନ୍ଧାରିଆ ରାସ୍ତାରେ ୫/୬ ଜଣଦୁର୍ବୃତ୍ତ ଏପରି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟ୍‌ ସାଇଟ ଥାନାରେ ଏତଲା ପରେ ଅଭିଯୁକ୍ତଙ୍କ ଭିତରୁ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।