ସାନପୁଅ ମିିଳିଲା, ବଡ଼ପୁଅ ନିଖୋଜ

ଭଦ୍ରକ ଅଫିସ,୫।୬: ସାନପୁଅ ସୋର ଡାକ୍ତରଖାନାରୁ ମିଳିଲା। ବଡ଼ପୁଅକୁ ସୋର, ବାଲେଶ୍ୱର, କଟକ, ଭଦ୍ରକର ବିଭିନ୍ନ ମେଡିକାଲରେ ଖୋଜିବା ପରେ ମଧ୍ୟ ତା’ର କୌଣସି ଠିକଣା ମିଳୁନି ବୋଲି କୋହଭରା କଣ୍ଠରେ କହିଛନ୍ତି ବିହାର ମୋତିହାରିର ଅଲ୍ଲୀ ହୁସେନ। ତାଙ୍କ ପୁଅକୁ ଖୋଜି ଖୋଜି ସେ ରବିବାର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ଥିଲେ। ମୋବାଇଲରେ ତାଙ୍କ ବଡ଼ପୁଅର ଫଟୋ ଦେଖାଇ ଲୋକଙ୍କୁ ପଚାରି ଚାଲିଥିଲେ। ତାଙ୍କ ବଡ଼ପୁଅ ଏକଦିଲ୍‌ ମହମ୍ମଦ ଓ ସାନପୁଅ ରାଜ୍‌ ମହମ୍ମଦ କାମ କରିବା ପାଇଁ କରମଣ୍ଡଳରେ ଚେନ୍ନାଇ ଯାଉଥିଲେ। ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଶୁଣିବା ପରେ ପରଦିନ ଦୁଇପୁଅଙ୍କୁ ଖୋଜିବାକୁ ସେ ବାଲେଶ୍ୱରରେ ପହଞ୍ଚତ୍ଥିଲେ। ସୋର ମେଡିକାଲରେ ଚିକିତ୍ସା ପରେ ସୁସ୍ଥ ଥିବା ସାନପୁଅକୁ ପାଇଥିବା ବେଳେ ବଡ଼ପୁଅ ମୃତ କିମ୍ବା ଜୀବିତ ତା’ର କୌଣସି ସନ୍ଧାନ ଏପର୍ଯ୍ୟନ୍ତ ପାଇ ନ ଥିବା ଅଲ୍ଲୀ ହୁସେନ ଲୁହ ଛଳ ଛଳ ଆଖିରେ କହିଥିଲେ।

Share