ଆସନ୍ତାକାଲି ୫-ଟି ସଚିବଙ୍କୁ ଭେଟିବେ ଯୁବ ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ,୨୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ମଧ୍ୟରେ ଥିବା ବିଭିନ୍ନ ମନ୍ଦିର ଦୀର୍ଘବର୍ଷ ହେବ ମରାମତି ନ ହୋଇ ଅବହେଳିତ ହୋଇପଡ଼ିରହିଛି। ବିଶେଷକରି ବଡ଼ ବଜାରଠାରେ ଥିବା ଜଗନ୍ନାଥ ମନ୍ଦିର ଭଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛ। ଆସନ୍ତା କଲି ୫-ଟି ସଚିବ ଆସୁଥିବା ବେଳେ ଏନେଇ ଗଞ୍ଜାମ ଏନ୍‌ଏସି ଯୁବ ବିଜେଡିର ଏକ ପ୍ରତିନିଧି ଦଳ ତଥା ଯୁବ ସଭାପତି ସୁଧୀର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ଏବଂ ସମସ୍ତ କାଉନସିଲର ଭେଟି ମନ୍ଦିର ପୁନଃ ଉଦ୍ଧାର ସହ ଉନ୍ନତିକରଣ ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ଏନେଇ ଲିଖିତ ଭାବେ ମାନ୍ୟବର ବିଧାୟକ ସୁବାସ ବେହେରାଙ୍କ ମାଧ୍ୟମରେ ୫-ଟି ସଚିବଙ୍କୁ ଦାବିପତ୍ର ଦେବା ପାଇଁ ସ୍ଥିର ହୋଇଛି। ସହର ମଧ୍ୟରେ ଥିବା ବଡ଼ ବଜ଼ାର ଜଗନ୍ନାଥ ମନ୍ଦିର, ନୃସିଂହ ମନ୍ଦିର, ବାଲାଜୀ ମନ୍ଦିର, ପୁଇଁତୋଳା ଗୋପୀନାଥ ମନ୍ଦିର, ଠାକୁରାଣୀ ମନ୍ଦିର, ଭାଗବତୀ ଟୁଙ୍ଗି ଦାମୋଦରପୁର, ସତଭଉଣୀ ମନ୍ଦିରଗୁଡ଼ିକର ଉନ୍ନତିକରଣ ହେବା ସହ ସହରରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହେବାରେ ଏହା ସହଯୋଗ ହେବ। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କଲେ ଗଞ୍ଜାମ ସହରବାସୀ ଉପକୃତ ହେବେ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

ନିର୍ବନ୍ଧ ଭୋଜିରେ ଦାଦା-ପୁତୁରା ଲାଗିଗଲେ କଳି: ଚୋଟ ଖାଇଲେ ମଧ୍ୟସ୍ଥି

ଧରାକୋଟ,୧୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଜଗମୋହନ ପଞ୍ଚାୟତ ନାରାୟଣପୁର ଶାସନ ଗ୍ରାମରେ ଏକ ନିର୍ବନ୍ଧ ଭୋଜିରେ ଛୁରାମାଡ଼ ହେବାରୁ ଜଣେ...

ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କହିଲେ ସହରର ବିକାଶ ଲାଗି…

ପୁରୁଷୋତ୍ତମପୁର,୧୩ା୧୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧକ୍ଷ ଭାବରେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ବୁଧବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅଧ୍ୟକ୍ଷ ଭାବରେ ଦାୟିତ୍ୱ...

ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷ ଦାୟିତ୍ୱ ନେବେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ଅଧ୍ୟକ୍ଷାଙ୍କ…

ପୁରୁଷୋତ୍ତମପୁର,୧୩ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷ ଭାବରେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ଏଥିନେଇ ନିର୍ବାହୀ ଅଧିକାରୀ ଗୋବିନ୍ଦ...

ପୋଲିସଙ୍କ ପାଇଁ ଆସିଲା ଖୁସିଖବର: ଏଣିକି ୭ ବର୍ଷ ପରେ…

ଭୁବନେଶ୍ୱର,୧୩।୧୧: ଆସିଲା ଏସ୍‌ଆଇଙ୍କ ପାଇଁ ଖୁସି ଖବର। ଏଣିକି ୭ ବର୍ଷ ପରେ ଜଣେ ଏସଆଇ ହୋଇପାରିବେ ଇନ୍ସପେକ୍ଟର। ପଦୋନ୍ନତିକୁ ୧୦ ବର୍ଷ ସ୍ଥାନରେ ୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri