ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇ ସମୁଦ୍ରରେ ଭାସିଗଲେ ଯୁବକ

ଛତ୍ରପୁର,୧୯ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନସେନ ବେହେରା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନାନୁସାରେ ବୁଧବାର ଅପରାହ୍ନରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ। ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ।ପରେ ତାଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି l ଘଟଣାସ୍ଥଳରେ ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ଆର୍ଯ୍ୟପଲ୍ଲୀ ଥାନାଧିକାରୀ ବିଦ୍ୟା ଭାରତୀ ନାୟକଙ୍କ ସମେତ ବହୁ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି।