ଦିଗପହଣ୍ଡି,୧୨।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ରାଜପୁର ଗ୍ରାମ ଛକ ନିକଟରେ ଅଜଣା ବାଇକ୍ ଧକ୍କାରେ ଗୁରୁବାର ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଚୁଡୁଙ୍ଗପୁର ଗ୍ରାମର ଆର୍.ଶିବ ପାତ୍ର (୪୦)। ଖବରପାଇ ଦିଗପହଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୁଚନାଯୋଗ୍ୟ, ଶିବ ପାତ୍ର ସାଇକେଲ୍ ଯୋଗେ ଦିଗପହଣ୍ଡିରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ରାଜପୁର ଛକ ନିକଟରେ ଏକ ଅଜଣା ଗାଡି ଆସି ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହି ଘଟଣାରେ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଆଇଆଇସି ଦୀପ୍ତି ରନ ବେହେରା କହିଛନ୍ତି।