ଟ୍ୟୁଶନ ଯାଇଥିବା ୨୨ ଛାତ୍ରୀଛାତ୍ରଙ୍କ ସାଇକେଲ୍‌ ଲିକ୍‌ କଲେ ଯୁବକ

ପଦ୍ମପୁର,୨୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ଗ୍ରାମର ଡାଙ୍ଗମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ୟୁଶନ ଯାଇଥିବା ୨୨ ଛାତ୍ରୀଛାତ୍ରଙ୍କ ସାଇକେଲ୍‌କୁ ଉକ୍ତ ଗ୍ରାମର ଜଣେ ଯୁବକ ଲିକ୍‌ କରି ଦେଇଥିଲେ। ପିଲାମାନେ ଜାଣିପାରି ତାଙ୍କୁ ପଚାରିବାରୁ ସେ ଓଲଟା ତାଙ୍କୁ ଗାଳିଗୁଲଜ କରିବା ସହ ଅଶ୍ଲୀଳ ଭାଷା ପ୍ରୟୋଗ କରିଥିଲେ। ଏହି ଘଟଣାକୁ ନେଇ ପିଲାମାନେ ଅଭିଭାବକଙ୍କ ସହ ନାୟକାଣୀଡ଼ିହୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share