ଦେଶର କଳା ଅଧ୍ୟାୟକୁ ଯୁବପିଢ଼ି ଜାଣିବା ଆବଶ୍ୟକ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’କୁ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ। ଏବେ କଙ୍ଗନା ମୁଭିର ରିଲିଜ୍‌ ଡେଟ୍‌ ଘୋଷଣା କରିଛନ୍ତି। ଶନିବାର କଙ୍ଗନା ତାଙ୍କ ସୋସିଆଲ ମିଡିଆରେ ଫିଲ୍ମର ଟିଜର ଶେୟାର କରିଛନ୍ତି, ଯେଉଁଥିରେ ୨୫ ଜୁନ୍‌ ୧୯୭୫ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲାଗୁ କରିଥିବା ଏମର୍ଜେନ୍ସି ସମୟର କିଛି ଝଲକ ଦେଖିବାକୁ ମିଳିଥିଲା। କଙ୍ଗନା କ୍ୟାପ୍ସନରେ ଲେଖିଛନ୍ତି, ଏମର୍ଜେନ୍ସି ହେଉଛି ଦେଶର ଇତିହାସର କଳା ଅଧ୍ୟାୟ ମଧ୍ୟରୁ ଗୋଟେ, ଯାହା ବାବଦରେ ଯୁବପିଢି ଜାଣିବା ଆବଶ୍ୟକ। ଏହା ପୂର୍ବରୁ ମଧ୍ୟ ଏକ ଟିଜର ରିଲିଜ୍‌ ହୋଇଥିଲା, ଯେଉଁଥିରେ କଙ୍ଗନାଙ୍କ ଲୁକ୍‌ ସାମ୍ନାକୁ ଆସିଥିଲା। ତେବେ ଚଳିତବର୍ଷ ୨୪ ନଭେମ୍ବରରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ ବୋଲି ସେ ଜଣାଇଛନ୍ତି। ଏଥିରେ ସ୍ବର୍ଗତ ସତୀଶ କୌଶିକ୍‌, ଅନୁପମ ଖେର, ଭୂମିକା ଚାଉଲା, ମହିମା ଚୌଧୁରୀ, ଭିସାକ୍‌ ନଏର୍‌ଙ୍କ ଭଳି ଅଭିନେତାଙ୍କୁ ଦେଖିବାକୁ ମିଳିବ।

Share