ଭାପୁର,୧୬ା୧୦(ଡି.ଏନ.ଏ.): ଫତେଗଡ଼-କଣ୍ଟିଲୋ ୪୮ନଂ. ରାଜ୍ୟ ରାଜପଥର ଚାରିଛକ ନିକଟ ଝରଣା ପୋଖରୀ ନିକଟରେ ରାସ୍ତା ମଝିରେ ବଡ଼ ଗାତ ସୃଷ୍ଟି ହୋଇଥିଲା। ଏହି ଗାତ ଯୋଗୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା । ବରପୁଟ ଗ୍ରାମର ପ୍ରଦୀପ ସାମଲ ସେଠାରେ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଏବେ ବି ଚିକିତ୍ସିତ ହେଉଛନ୍ତି । ଏ ସଂକ୍ରାନ୍ତରେ ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଶୁକ୍ରବାର ସ୍ଥାନୀୟ ଯୁବକମାନେ ସେହି ଗାତରେ ମାଟି ,ବାଲି ,ଗୋଡି ପକାଇ ପୋତି ସମତୁଲ କରିଛନ୍ତି । ସୁନାଖଳା ଗ୍ରାମର ରମାନନ୍ଦ ମଲ୍ଲିକ , ରଣେନ୍ଦ୍ର କୁମାର ରାଉତରାୟ , ଲୋକନାଥ ବରାଡ , ଆକାଶ ରାଉତ ,ବାଦଲ ବରାଡ , ରାସ ବିକାରୀ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏହି କାମ କରିଛନ୍ତି । ଯୁବକମାନଙ୍କ ଏଭଳି ପ୍ରୟାସକୁ ଅଞ୍ଚଳବାସୀ ପ୍ରଂଶସା କରିଛନ୍ତି ।