ବିଧାନସଭାର ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ, ଟିଭି ପାଇଁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର,୬ା୩(ବ୍ୟୁରୋ): ଓଡିଶା ବିଧାନସଭାର ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ ହୋଇଛି। ଶନିବାରଠାରୁ ଏହା ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା  ମଧ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ପାର୍ଲିଆମେଣ୍ଟ ଢାଞ୍ଚାରେ ବିଧାନସଭା ଟିଭି ଚ୍ୟାନେଲ କାର୍ଯ୍ୟକାରୀ ହେବ। ଏଥିରେ ବିଧାନସଭା ସମ୍ବନ୍ଧୀୟ ଖବର ପ୍ରସାରଣ ହେବ। ଏଥିପାଇଁ ଓ ବିଧାନସଭା ସମାଚାର ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ ହୋଇଛି। ବିଜୁ ଜୟନ୍ତୀରେ ଏହାର ଶୁଭାରମ୍ଭ ହୋଇଛି। ଏବେ ୟୁଟ୍ୟୁବ୍‌ରେ ଏହାର ପ୍ରସାରଣ କରାଯିବ। ପରେ ସାଟେଲାଇଟ୍‌ ହେବାର ଯୋଜନା ରହିଛି। ଏଥିପାଇଁ ବିଧାନସଭା ପରିସରରେ ଏହାର ଷ୍ଟୁଡିଓ ତିଆରି ଚାଲିଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ।  ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବାଚସ୍ପତି କହିଛନ୍ତି।

Share