କରୋନା ସମୟରେ ଲୋକେ ଘରେ ରହି କାମ କରୁଛନ୍ତି। ନେତାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସମସ୍ତେ ଅନ୍ଲାଇନ୍ରେ କାମ କରୁଛନ୍ତି। ପିଲାମାନଙ୍କ ପାଠପଢ଼ା ମଧ୍ୟ ଅନ୍ଲାଇନ୍ରେ ହେଉଛି। ପୂର୍ବରୁ ଅନ୍ଲାଇନ୍ ମିଟିଂ ସମୟରେ ଅନେକ ଅଜବ ଘଟଣା ସବୁ ଘଟିଥିବା ନଜିର ରହିଛି। ଯାହାକି ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏବେ କଲମ୍ବିଆରୁ ସେମିତି ଏକ ଲଜ୍ଜାକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଠି ଜଣେ ଶିକ୍ଷକ କ୍ୟାମେରା ବନ୍ଦ ନ କରି ସ୍ତ୍ରୀଙ୍କ ସହ ରୋମାନ୍ସ କରୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଏହି ମାମଲା କଲମ୍ବିଆର ଏକ କ୍ୟାଥେଲିକ୍ ସ୍କୁଲର। ଜଣେ ଶିକ୍ଷକ ଅନ୍ଲାଇନ୍ କ୍ଲାସ ସରିବା କ୍ଷଣି ତାଙ୍କ ସ୍ତ୍ରୀ ହଠାତ୍ ପାଖକୁ ଆସିଗଲେ। ଶିକ୍ଷକ ଏହି ସମୟରେ କ୍ୟାମେରା ବନ୍ଦ କରିବାକୁ ଭୁଲି ଯାଇଥିଲେ। ଶିକ୍ଷକ ସ୍ତ୍ରୀଙ୍କ ସହ ରୋମାନ୍ସ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏକଥା ଯେତେବେଳେ ଶିକ୍ଷକ ଜାଣିପାରିଲେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଭିଡିଓ ଭାଇରାଲ ହେବା ପରେ ସେ କହିଛନ୍ତି, ମୋର ନିଶ୍ଚିତ ଭୁଲ ହୋଇଛି। କାରଣ ମୋ’ କ୍ୟାମେରା ଅନ୍ ଅଛି ବୋଲି ମୋତେ ଜଣା ନ ଥିଲା।