Categories: ଜାତୀୟ

ଶୁଭେନ୍ଦୁଙ୍କ ବିରୋଧରେ ଚୋରି ଅଭିଯୋଗ…

କୋଲକାତା,୬।୬: ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ବିରୋଧରେ ଚୋରି ଅଭିଯୋଗ ହୋଇଛି। ସେମାନେ ସ୍ଥାନୀୟ କାଣ୍ଠି ମ୍ୟୁନିସିପାଲିଟି କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ରିଲିଫ୍‌ ସାମଗ୍ରୀ ଚୋରି କରିଥିବା ନେଇ ଏକ ମାମଲା କାଣ୍ଠି ପୋଲିସ ଷ୍ଟେଶନରେ ଜୁନ୍‌ ୧ରେ ରୁଜୁ ହୋଇଛି। ମ୍ୟୁନିସିପାଲିଟି ପ୍ରଶାସନିକ ବୋର୍ଡର ସଦସ୍ୟ ରତ୍ନଦୀପ୍‌ ମାନ୍ନା ଏନେଇ ଅଭିଯୋଗ କରିଛନ୍ତିି। ମେ’ ୨୯ ମଧ୍ୟାହ୍ନ ୧୨ଟା ୩୦ରେ ଶୁଭେନ୍ଦୁ ଏବଂ ସୌମେନ୍ଦୁଙ୍କ ନିର୍ଦ୍ଦେଶରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଗୋଦାମରୁ ସରକାରୀ ତେରପାଲ ଜୋରଜବରଦସ୍ତ ନିଆଯାଇଥିବା ରତ୍ନଦୀପ୍‌ କହିଛନ୍ତି। ତେବେ ମାମଲା ରୁଜୁ ନେଇ ଶୁଭେନ୍ଦୁ ବର୍ତ୍ତମାନ ସୁଦ୍ଧା କୌଣସି ମତାମତ ପୋଷଣ କରି ନାହାନ୍ତି।

Share