ଢେଙ୍କାନାଳ ଅଫିସ,୩୦ା୫: ଢେଙ୍କାନାଳ ସହର କଲେଜ ବାଇପାସ ଛକରୁ ରବିବାର ବିଳମ୍ବିତ ରାତିରେ ୭ଟି ଦୋକାନରୁ ଦୁର୍ବୃତ୍ତମାନେ ସଟର ଭାଙ୍ଗି ଚୋରି କରିନେଇଛନ୍ତି। ମିଠା ଦୋକାନରୁ ମିଠା, ନଗଦ ୫୦୦୦ ଟଙ୍କା, ଫଳ ଦୋକାନରୁ କଦଳୀ କାନ୍ଧି ସହ ବିଭିନ୍ନ ପ୍ରକାର ଫଳ, ନଗଦ ୨୦୦୦ ଟଙ୍କା, ମୋବାଇଲ ଦୋକାନରୁ ମୋବାଇଲ ସରଞ୍ଜାମ, କୁକୁଡ଼ା ଦୋକାନରୁ ୨ ପେଟି ଅଣ୍ଡା, ୧୦ଟା କୁକୁଡ଼ା, ଗ୍ରୋସରି ଦୋକାନରୁ ସାମଗ୍ରୀ ଓ ଟଙ୍କା ଚୋରି ହୋଇଛି । ଖବର ପାଇ ଟାଉନ ଥାନା ଆଇଆଇସି ରାଜେନ୍ଦ୍ର ମହାପାତ୍ର ତଦନ୍ତ ଜାରି ରଖିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି।