ସିସିଟିଭି କ୍ୟାମେରାକୁ ବି ଛାଡିଲେନି….

ଛତ୍ରପୁର,୨୨ା୨(ଦିଲୀପ ସାମଲ): ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନ ଆର୍ଯ୍ୟପଲ୍ଲୀ ହାଇସ୍କୁଲରୁ ପୁଣି ଚୋରି ହୋଇଛି। ହାଇସ୍କୁଲର ୨ଟି ସିସି କ୍ୟାମେରା ଚୋରି ହୋଇଥିବା ଗୁରୁବାର ସକାଳେ ପିଅନ ମଧୁସୂଦନ ବେହେରା ସ୍କୁଲକୁ ଆସି ଦେଖିଥିଲେ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାମନ୍ତରାୟ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ଗତ ୧୧ତାରିଖରେ ଦୁର୍ବୃତ୍ତମାନେ ଗୋଟିଏ ସିସିକ୍ୟାମେରା ଭାଙ୍ଗିଥିବା ବେଳେ ଆଉ ଗୋଟିଏ କ୍ୟାମେରା ଚୋରି କରି ନେଇଯାଇଥିଲେ। ବହୁବର୍ଷ ହେଲା ହାଇସ୍କୁଲ ରାତ୍ରୀ ଜଗୁଆଳି ପଦବି ଖାଲି ପଡିଥିବା ବେଳେ ସ୍କୁଲରେ ରାତିରେ କେହି ରହୁ ନ ଥିବାରୁ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଚୋରି କରୁଥିବା ଅଭିଯୋଗ ହୋଇଛି।