ଭବାନୀପାଟଣା ଜଳେଶ୍ୱର ମନ୍ଦିରରୁ ଚୋରି

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): ଶେଷରେ ଭଗବାନ୍‌ଙ୍କୁ ଛାଡିଲେନି ଦୁର୍ବୃତ୍ତ। ତାଲା ଭାଙ୍ଗି ମନ୍ଦିରରେ ପଶି ଠାକୁରଙ୍କ ବିଭିନ୍ନ ସାମଗ୍ରୀ ଚୋରି କରିଛନ୍ତି। ଏଭଳି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହରର ପ୍ରସିଦ୍ଧ ଜଳେଶ୍ୱର ମନ୍ଦିରରେ। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରୁ ଦାନବାକ୍ସ, ଘଣ୍ଟ, ବାସନକୁସନ ଆଦି ସାମଗ୍ରୀ ଚୋରି କରିନେଇଥିବା ଜଣାପଡିଛି।
ଶନିବାର ସକାଳେ ମନ୍ଦିର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଜଣାଇଥିଲେ। ପରେ ମନ୍ଦିର ସମ୍ପାଦକ ସତ୍ୟନାରାୟଣ ବିଶି ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share