Categories: ଜାତୀୟ

କୋର୍ଟରୁ ଚୋରି, ମନ୍ତ୍ରୀଙ୍କ ମାମଲାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍‌…

ହାଇଦ୍ରାବାଦ୍‌, ୧୭।୪ : କୋର୍ଟରେ ପୁଣି ଚୋରି। ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାତ୍ର ଏହା ସତ୍ୟ। ଚୋରମାନେ ଆନ୍ଧ୍ରପ୍ରଦେଶର ନେଲ୍ଲୁରରେ କୋର୍ଟକୁ ଟାର୍ଗେଟ କରିଛନ୍ତି। ଚୋରମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫିଲ୍ମ ଷ୍ଟାଇଲ୍‌ରେ ଚୋରାଇ ନେଇଛନ୍ତି। ଚୋରି ହୋଇଥିବା କାଗଜପତ୍ର ଜଣେ ମନ୍ତ୍ରୀଙ୍କ ବିରୋଧରେ ଅଣାଯାଇଥିବା ମାମଲା ସହିତ ଜଡିତ। ଏବେ ଏହା ଏକ ହାଇ-ପ୍ରୋଫାଇଲ ମାମଲା ପାଲଟିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦି ନ୍ୟୁଜ ମିନିଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୋରମାନେ ନେଲ୍ଲୁରରେ ଚତୁର୍ଥ ଅତିରିକ୍ତ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରୁ କାଗଜପତ୍ର ଚୋରି କରିଛନ୍ତି। କର୍ମଚାରୀମାନେ ୧୪ ଏପ୍ରିଲରେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ। ତଦନ୍ତ ସମୟରେ ପୋଲିସ କୋର୍ଟ ବାହାରେ ଥିବା ଏକ ପୋଲ ତଳୁରେ ଏକ ବ୍ୟାଗ ଜବତ କରିଥିଲା। ସେଥିରେ କିଛି ଚୋରି ସାମଗ୍ରୀ ରହିଥିଲା।

ତଥାପି, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍‌ ଥିବା କୁହାଯାଉଛି। ବିରୋଧୀ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅନୁଯାୟୀ, ଚୋରି ହୋଇଥିବା ଦଲିଲଗୁଡ଼ିକ ଓ୍ବାଏସ୍‌ଆର୍‌ସିପି ନେତା କାକାନି ଗୋବର୍ଦ୍ଧନ ରେଡ୍ଡୀଙ୍କ ବିରୋଧରେ ଏକ ଜାଲିଆତି ମାମଲା ପଞ୍ଜିକୃତ ହୋଇଥିଲା। ଦଳ କହିଛି ଯେ ଏହି ମାମଲା ସେମାନଙ୍କ ନେତା ସୋମିରେଡି ଚନ୍ଦ୍ରମୋହନ ରେଡ୍ଡୀଙ୍କ ଦ୍ୱାରା ପଞ୍ଜିକୃତ ହୋଇଛି।

ବିଶେଷ କଥା ହେଉଛି ରେଡ୍ଡୀ ଏହି ସପ୍ତାହରେ ମନ୍ତ୍ରୀ ହୋଇଛନ୍ତି। ଡିସେମ୍ବର ୨୦୧୭ରେ, ସର୍ଭେପାଲୀ ବିଧାୟକ କାକାନି ଅଭିଯୋଗ କରିଥିଲେ ଯେ ସୋମିରୋଡିଙ୍କର ବିଦେଶରେ ହଜାରେ କୋଟି ଟଙ୍କା ସମ୍ପତ୍ତି ରହିଛି। ସେ ସମ୍ପତ୍ତିର ଦଲିଲ ଦର୍ଶାଇ ଗଣମାଧ୍ୟମରେ କିଛି କାଗଜପତ୍ର ମଧ୍ୟ ସେ ପ୍ରକାଶ କରିଥିଲେ। ଏହା ପରେ ସୋମିରେଡି ନେଲ୍ଲୁର ଥାନାରେ ଅଭିଯୋଗ କରିଥିଲେ ଯେ କାକାନି କାଗଜପତ୍ର ଜାଲିଆତି ହୋଇଛି।

ଏଥିସହ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଏଥିସହ ସେ କାକାନୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ରିପୋର୍ଟ ଅନୁଯାୟୀ, ପରେ ଜଣାପଡିଥିଲା ଯେ କାକାନୀଙ୍କ ଦ୍ୱାରା ଦର୍ଶାଯାଇଥିବା ଦଲିଲଗୁଡ଼ିକ ଜାଲିଆତି କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା।
ଟିଡିପି ନେତା ପାୟାଭୁଲା କେଶବ ଚୋରି ମାମଲାର ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଯେ ଜାଲିଆତି ମାମଲାରେ କାକାନି ମୁଖ୍ୟ ଅଭିଯୁକ୍ତ ଥିଲେ। ଟିଡିପି ନେତା କହିଛନ୍ତି ଯେ କାକାନିଙ୍କ ବିରୋଧରେ ଚାର୍ଜସିଟରେ ପ୍ରମାଣ ଭାବରେ ଦର୍ଶାଯାଇଥିବା କାଗଜପତ୍ର ଚୋରିରୁ କିଏ ଉପକୃତ ହୋଇପାରିବ ତାହା ତଦନ୍ତରୁ ଜଣାପଡ଼ିବ।

Share