Advertisement

ଗୋପୀନାଥ ମନ୍ଦିରରୁ ଚୋରି: ମୁଖା ପିନ୍ଧି ଠାକୁରଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ନୟାଗଡ଼,୧।୩(ଲୋକନାଥ ମିଶ୍ର):ନୟାଗଡ଼ ଜଗନ୍ନାଥ ମନ୍ଦିରର ଚୋରିର ପର୍ଦ୍ଦାଫାସ ହୋଇ ନ ଥିବାବେଳେ ପୁରୁଣା ସହର ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି। ଅଜଣା ଦୁର୍ବୃତ୍ତ ମୁଖା ପିନ୍ଧି ମନ୍ଦିରରେ ପଶି ଗୋପୀନାଥ ଜୀଉଙ୍କ ନାକ ବସଣି, ଚିତା ଏବଂ ପୂଜକଙ୍କ ବାକ୍ସରୁ କିଛି ଟଙ୍କା ଚୋରି କରି ନେଇଯାଛନ୍ତି। ମନ୍ଦିର ତାଲା ଭାଙ୍ଗି ା ଦୁର୍ବୃତ୍ତ ଭିତରେ ପଶି ଠାକୁରଙ୍କ ସିଂହାସନ ଉପରେ ଚଢି ଥିବା ସିସିଟିଭି ଫୁଟେଜରୁ ଜଣା ପଡ଼ିଛି। ଠାକୁର ପିନ୍ଧିଥିବା ଅଳଙ୍କାର ମଧ୍ୟ ଚୋରି ହୋଇଛି। ହାତରେ ଚୋର ଲୁହା ରଡ ଧରିଥିବା ଜଣାପଡୁଛି। ଶନିବାର ସକାଳୁ ମନ୍ଦିର ପୂଜକ ପରମାନନ୍ଦ ଦାଶ ନୀତି କରିବାକୁ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ଖବରପାଇ ନୟାଗଡ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଅଜଣା ଯୁବକ ପ୍ରଥମେ ଦକ୍ଷିଣକାଳି ମନ୍ଦିରରେ ପଶିବାକୁ ଚେଷ୍ଟା କରିଛି। ବିଫଳ ହେବା ପରେ ଗୋପୀନାଥ ମନ୍ଦିରରୁ ଚୋରି କରିଛି। ବଡ଼ପଣ୍ଡୁସର ଉଗ୍ରେସ୍ବର ମନ୍ଦିର, ଓଡ଼ଗାଁ ଦୂତିକେଶ୍ବର ମନ୍ଦିର, ନୟାଗଡ଼ ଜଗନ୍ନାଥ ମନ୍ଦିର ପରେ ଗୋପୀନାଥ ମନ୍ଦିରରୁ ଚୋରି ମନ୍ଦିର ଟାର୍ଗେଟକୁ ସୁଚାଇଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share