
ନୟାଗଡ଼,୨୦।୨(ଲୋକନାଥ ମିଶ୍ର): ବୁଧବାର ରାତିରେ ନୟାଗଡ଼ ପୁରୁଣା ସହରର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିର କବାଟର କଡା ଭାଙ୍ଗି ଜଗନ୍ନାଥଙ୍କ କିରଟି ଓ ନାକଚଣା, ବଳଭଦ୍ରଙ୍କ ନାଗମୃତି ମଥାମଣି, ସୁଭଦ୍ରାଙ୍କ କିରଟି ଚୋରି ହୋଇଛି। ଶ୍ରୀଜୀଉଙ୍କ ସମସ୍ତ ଅଳଙ୍କାର ରୁପା ବୋଲି ଜଣା ପଡ଼ିଛି।
ଅନ୍ୟପକ୍ଷେ ମନ୍ଦିର ଭିତରୁ ହୁଣ୍ଡି ବାସ୍କ ଚୋରି ହୋଇଛି। ପ୍ରାୟ ଏକ ବର୍ଷ ହେବ ହୁଣ୍ଡିରୁ ଦାନଅର୍ଥ କଢ଼ା ଯାଇନଥିଲା। ଖବର ପାଇ ନୟାଗଡ଼ ଉପ ଜିଲାପାଳ, ନୟାଗଡ଼ ଏସଡିପିଓ, ନୟାଗଡ଼ ଟାଉନ ଥାନା ଆଇଆଇସି ତଦନ୍ତ କରୁଛନ୍ତି।