କେନ୍ଦୁଝର,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଏସ୍ପି ଅଫିସ ସମ୍ମୁଖ ସାଇରାମ ଜୁଏଲାରୀ ଦୋକାନରୁ ମଙ୍ଗଳବାର ଚୋରି ହୋଇଛି। ଦୁର୍ବୃତ୍ତ ପଛପଟେ ଥିବା ପାଚେରି ଭାଙ୍ଗି ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିବା କୁହାଯାଉଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ପୋଲିସ କହିଛି। ଚୋର ସିସିଟିଭି ରେକର୍ଡିଂ ବକ୍ସକୁ ନେଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।