କେଦାରେଶ୍ୱର ମନ୍ଦିରରୁ ଚୋରି

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚୋରମାନେ ମହାଦେବଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। କୁସୁପୁର ଗ୍ରାମରେ ଥିବା କେଦାରେଶ୍ବର ମହାଦେବ ମନ୍ଦିରରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଶି ଘଣ୍ଟ,ଘଣ୍ଟି ଆଦି ସାମଗ୍ରୀ ଚୋରି କରି ନେଇଯାଇଛନ୍ତି। ରବିବାର ସକାଳୁ ପୂଜକ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଫଳରେ ଗ୍ରାମବାସୀ ପୋଲିସକୁ ଖବରଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।