ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ନେଇଗଲେ ଦୁର୍ବୃତ୍ତ

ପାଇକମାଳ,୨୪ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ରହିଥିବା ଦାନବାକ୍ସ ନେଇଯାଇଛନ୍ତି। ସେଠାରେ ଥିବା ବଡ଼ ଦାନବାକ୍ସ ଭାଙ୍ଗି ସବୁ ଟଙ୍କା ନେଇ ଯାଇଛନ୍ତି। ଚାଳଧାର ପଟେ ରହିଥିବା ମନ୍ଦିର ପଛପଟ ଗେଟ୍‌ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିର ଭିତରକୁ ପଶି ଚୋରି କରିଛନ୍ତି। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚଲାଇଛି। ୩ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ଘୋଡ଼ାଇ ଏଭଳି ଚୋରି କରିଥିବା ସିସିଟିଭି ଫୁଟେଜରୁ ପରିଲକ୍ଷିତ ହୋଇଛି।

Share