ପଞ୍ଚାୟତ ଅଫିସରେ ବୁଲାଇଲେ କଳାକନା

ଲାଠୋର,୭ା୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ କାର୍ଯ୍ୟାଳୟରୁ କମ୍ପ୍ୟୁଟର, ଇନଭର୍ଟର ଓ ଅନ୍ୟାନ୍ୟ କେତେକ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ବିଜୟଲକ୍ଷ୍ମୀ ବାଗ ରବିବାର ଲାଠୋର ଥାନାରେ ଏତଲା ଦେଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଗ୍ରୀଲ ତାଡି ଦୁର୍ବୃତ୍ତ ଗ୍ରାମ ରୋଜଗାର ସେବକଙ୍କ ଚାମ୍ବରରେ ପଶି ସେଠାରେ ଥିବା କମ୍ପ୍ୟୁଟର, ଇନ୍‌ଭର୍ଟର ଏବଂ ଫୋନ ଚୋରି କରି ନେଇଥିବା ଶନିବାର ସନ୍ଧ୍ୟାରେ ଜଣା ପଡିଥିଲା। ଦୀର୍ଘବର୍ଷ ହେବ ପଞ୍ଚାୟତରେ ରାତ୍ର ଜଗୁଆଳି ନିଯୁକ୍ତି କରାଯାଇନାହିଁ। ଅପରପକ୍ଷେ ଏଠାରେ କାର୍ଯ୍ୟରତ କର୍ମଚାରୀ କାର୍ଯ୍ୟାଳୟକୁ ନିୟମିତ ଆସୁ ନ ଥିବା ଅଭିଯୋଗ ହୋଇଛି।

Share