Categories: ଖେଳ

ଲଣ୍ଡନ ହୋଟେଲରେ ଟାନିଆ ଭାଟିଆଙ୍କ ରୁମ୍‌ରୁ ଚୋରି

ନୂଆଦିଲ୍ଲୀ, ୨୭ା୯:ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ଟୁର୍‌ ବେଳେ ଉଇକେଟକିପର ବ୍ୟାଟର ଟାନିଆ ଭାଟିଆ ଲଣ୍ଡନସ୍ଥିତ ମାରିଅଟ ହୋଟେଲରେ ଅବସ୍ଥାନ କରିଥିଲେ। ସେତେବେଳେ ତାଙ୍କ ରୁମ୍‌ରୁ ତାଙ୍କର କିଛି ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଯାଇଛି। ତନ୍ମଧ୍ୟରେ ଅଳଙ୍କାର, ନଗଦ ଟଙ୍କା, ହାତ ଘଣ୍ଟା ଓ କିଛି କାର୍ଡ ରହିଛି। ଏନେଇ ହୋଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି। ଚୋରି ଘଟଣାର ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଅନୁରୋଧ କରିଛନ୍ତି। ନିକଟରେ ଭାରତର ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ) ଟୁର୍‌ ଶେଷ ହୋଇଛି। ଭାରତ ଏଥିରେ ଆୟୋଜକ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ୩-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଛି। ଏହି ୨୪ ବର୍ଷୀୟା ଖେଳାଳିଙ୍କ ଅଭିଯୋଗ ପରେ ହୋଟେଲ କର୍ତ୍ତୃପକ୍ଷ ଟୁଇଟର ହ୍ୟାଣ୍ଡେଲ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ସେମାନେ ଟାନିଆଙ୍କ ଇମେଲ ଠିକଣା ମଗାଇଛନ୍ତି ଏବଂ ସେ କେବେ ରୁମ୍‌ ବୁକ୍‌ କରିଥିଲେ ଏବଂ କେତେ ଦିନ ରହିଥିଲେ ତାହାର ଏକ ବିବରଣୀ ଦେବାକୁ ଲେଖିଛନ୍ତି।

Share