ଝିଅର ମୃତ୍ୟୁ ପରେ ଘରୁ ଚୋରି

ଗଜପତି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ଷ୍ଟେଟ ବ୍ୟାଙ୍କ ନିକଟରୁ ଚୋରି ହୋଇଛି। ଘର ତାଲା ଭାଙ୍ଗି ଆଲମାରୀରୁ ୫ ଭରି ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି। କାଶୀନଗର ମୁଖ୍ୟ ରାସ୍ତା କଡ଼ ଷ୍ଟେଟ ବ୍ୟାଙ୍କ ନିକଟରେ ଡେଭିଡ ରଇତ ଭଡ଼ା ନେଇ ରହୁଥିଲେ। ଉକ୍ତ ଭଡ଼ା ଘରୁ ଚୋରି ହୋଇଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନି କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଡେଭିଡ ଝିଅଙ୍କ ମୃତ୍ୟୁ ପରେ କିଛିଦିନ ହେବ ଘରେ ତାଲା ଦେଇ ଗାଁ ଅଲଡାକୁ ଯାଇଥିଲେ। ସୋମବାରଗାଁରୁ ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ କାଶୀନାଗର ଥାନାରେ ୩୦/୨୩ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଥିବା କାଶୀନାଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Share