ଓକିଲଙ୍କ ଅଫିସ ତାଲା ଭାଙ୍ଗି ନଗଦ ଟଙ୍କା, ଫାଇଲପତ୍ର ନେଇଗଲେ ଦୁର୍ବୃତ୍ତ

ପୁରୁଷୋତ୍ତମପୁର,୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟସ୍ଥ ରଥସାହି ଛକଠାରେ ବୁଧବାର ରାତିରେ ଦୁର୍ବୃତ୍ତମାନେ ଓକିଲ ସୀମାଞ୍ଚଳ ମିଶ୍ରଙ୍କ ଅଫିସ ସହ କାଳୁ ସାମଲଙ୍କ ଟେଣ୍ଟ ହାଉସ ଦୋକାନ, ଡାକ୍ତର ସରୋଜ କୁମାର ଦାଶଙ୍କ ହୋମିଓ କ୍ଲିନିକ, ଶାନୁ ସାମଲଙ୍କ ତେଜରାତି ଦୋକାନର ତାଲା ଭାଙ୍ଗି ଚୋରି କରିଛନ୍ତି। ଏଥିନେଇ ଗୁରବାର ଓକିଲ ସୀମାଞ୍ଚଳ ମିଶ୍ର ପୋଲିସରେ ଅଭିଯୋଗ କରିଛନ୍ତି। କେହି ଦୁର୍ବୃତ୍ତ ତାଙ୍କ ଅଫିସ କବାଟ ଭାଙ୍ଗି ପଶି ଟେବୁଲ ଡ୍ର’ରେ ଥିବା ୪୦ ହଜାର ଟଙ୍କା ସହ କିଛି ଫାଇଲପତ୍ର ଚୋରି କରି ନେଇଯାଇଛନ୍ତି। ଏହାକୁ ନେଇ ଥାନା ଏଏସ୍‌ଆଇ ରବିନ୍ଦ୍ର ନାଥ ପାଣିଗ୍ରାହୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Share