ମନ୍ଦିରରେ ବି ମା’ଙ୍କୁ ଛାଡ଼ିଲେନି ଦୁର୍ବୃତ୍ତ, ତାଡ଼ିନେଲେ ଆଖି

ଚୌଦ୍ୱାର,୧୯ା୧୧(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥର୍ମାଲ ରୋଡ୍‌ସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ବୁଧବାର ବିଳମ୍ବିତ ରାତିରେ ହୋଇଛି ଚୋରି। ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା,ରୁପା,ଅଳଙ୍କାର ଲୁଟ୍‌ କରିବା ସହିତ ମନ୍ଦିରରେ ପୂଜା ପାଉଥିବା ମା’ଦକ୍ଷୀଣକାଳୀଙ୍କ ସୁନା ଆଖି ଦୁଇଟିକୁ ତାଡ଼ି ନେଇଯାଇଥିବା ମନ୍ଦିର ପରିଚାଳକ ବିଜୟ ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି। ଏଥି ସହିତ ମନ୍ଦିରରେ ବସିଥିବା ହୁଣ୍ଡି ଅର୍ଥକୁ ମଧ୍ୟ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଅଭିଯୋଗ ପାଇ ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌କୁ ଖବର ଦେଇଥିବା ଆଇଆଇସି କହିଛନ୍ତି।