ଟିଟିଲାଗଡ଼,୨ା୩(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ସମସ୍ତ ଦାନ ଟଙ୍କା ନେଇ ଯାଇଛନ୍ତି। ମନ୍ଦିର ସମ୍ମୁଖରେ ଶୋଇଥିବା ଜଣେ ବ୍ୟକ୍ତି ଏ ନେଇ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ତାଙ୍କୁ ମାଡ ମାରି ଗୁରୁତର କରିଛନ୍ତି। ଘଟଣା ସମ୍ପର୍କରେ ଟ୍ରଷ୍ଟି ସଞ୍ଜୀବ ପାଢ଼ୀଙ୍କଠାରୁ ଖବର ପାଇ ଟିଟିଲାଗଡ଼ ଏସ୍ଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ରଞ୍ଜନ ବରିହା ମନ୍ଦିରରେ ପହଞ୍ଚିଥିଲେ। ପରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଟିଟିଲାଗଡ଼ ପୋଲିସ ଏ ସଂକ୍ରାନ୍ତ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଖୁବ୍ଶୀଘ୍ର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍ଡ଼ିପିଓ କୁମ୍ଭାର କହିଛନ୍ତି l