ରାଜଧାନୀରେ ପୁଣି ଚୋରି: ଘରୁ ନେଇଗଲେ ୫ ଲକ୍ଷର ସୁନା ଅଳଙ୍କାର

ଭୁବନେଶ୍ୱର,୨୭।୨(ସତ୍ୟଜିତ୍‌ ରାଉତ): ରାଜଧାନୀରେ କମୁନି ଚୋରଙ୍କ ଉପଦ୍ରବ। ସୁଯୋଗ ଦେଖି ଘରେ କଳାକନା ବୁଲାଉଛନ୍ତି ଚୋର। ତେବେ ଭୁବନେଶ୍ୱରରେ ପୁଣି ଚୋରି ହୋଇଛି। ଶହୀଦନଗର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ ନଗରରେ ଜଣଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଚୋରି କରିନେଇଛନ୍ତି। ଏନେଇ ମନୋଜ କୁମାର ବେହେରା ମଙ୍ଗଳବାର ଶହୀଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଭିଏଏସ୍‌ ନଗରରସ୍ଥିତ ପ୍ଲଟ୍‌ ନଂ. ୪୯୭୧/୫ରେ ଥିବା ମଞ୍ଜୁ ନିବାସର ତଳ ମହଲାରେ ମନୋଜ ଭଡା ନେଇ ପରିବାର ସହ ରହୁଛନ୍ତି। ତେବେ ମୁଖ୍ୟ କବାଟ କଡରେ ଝରକା ଖୋଲାଥିବାର ସୁଯୋଗ ନେଇ ଚୋରମାନେ ଏହି କାଣ୍ଡ ଘଟାଇଛନ୍ତି। ରାତି ପ୍ରାୟ ୨ଟାରୁ ୪ ମଧ୍ୟରେ ଏହି ଚୋରି ହୋଇଛି। ଚୋରମାନେ ଉକ୍ତ ଝରକା ଦେଇ ହାତ ଗଳାଇ କବାଟ ଭିତର ପଟୁ ଖୋଲିବା ପରେ ଘରକୁ ପଶିଥିଲେ। ପରେ ଭ୍ୟାନିଟିରୁ ଚାବି କାଠି ନେଇ ଆଲ୍‌ମିରାର ଡ୍ର ଖୋଲି ସୁନା ଅଳଙ୍କାର ଆଦି ନେଇଯାଇଛନ୍ତି। ମନୋଜ ଏବଂ ତାଙ୍କ ପରିବାର ସଦସ୍ୟମାନେ ଶୋଇପଡିଥିବା ବେଳେ ଏହି ଚୋରି ହୋଇଛି। ତେବେ ଘରେ ସିସିଟିଭି ନ ଥିବାରୁ ଚୋରଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ୍‌ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri