ଖୋର୍ଦ୍ଧା ଅଫିସ,୨୮।୯(ଡି.ଏନ୍.ଏ.): ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡା ପଞ୍ଚାୟତ ନୂଆଗାଁ ନିକଟସ୍ଥ ମା’ ଅଁଲେଇ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମା’ଙ୍କ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ମନ୍ଦିର ଭିତର ଗଡ୍ରେଜ ତାଲା ଭଙ୍ଗା ହୋଇଥିବା ବେଳେ ଗତ ୩ ବର୍ଷ ହେବ ଖୋଲା ହୋଇ ନ ଥିବା ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ଅନୁମାନ କରାଯାଉଛି। ଏଥିସହିତ ନିକଟରେ ଥିବା ଗ୍ରାମୀଣ ବଜାର ଏକ ଦୋକାନ ସଟର ତାଡିଛନ୍ତି। ମଙ୍ଗଳବାର ମନ୍ଦିର ଖୋଲିବାକୁ ଯାଇଥିବା ପୂଜକ ଏହା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମ୍ୟ କମିଟି ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।