ହସ୍ପିଟାଲରୁ ୧୭୧୦ କରୋନା ଡୋଜ୍‌ ଚୋରି…

ଜିନ୍ଦ,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କଳାବଜାର, କରୋନା ଟିକା ଚୋରି ଏବଂ ନକଲି ଇଞ୍ଜେକଶନ୍‌ ବିକ୍ରି ଘଟଣା ବୃଦ୍ଧି ପାଉଛି। ହରିୟାଣା ଜିନ୍ଦ ଅଞ୍ଚଳରେ ପି.ପି. ସେଣ୍ଟରରୁ ୧୭୧୦ କରୋନା ଡୋଜ୍‌ ଚୋରି ହୋଇଯାଇଛି।  ହସ୍ପିଟାଲରେ ଥିବା ଆଲମୀରା ତାଲା ଭାଙ୍ଗି ୧୨୭୦ କୋଭିଶିଲ୍ଡ ଏବଂ ୪୪୦ କୋଭାକ୍ସିନ୍‌ ଡୋଜ୍‌ ଚୋରି ହୋଇଛି। ପୋଲିସ ହସ୍ପିଟାଲର ସିସିଟିଭି ଯାଞ୍ଚ୍‌ କରିବା ସହିତ ତଦନ୍ତ ଜାରି ରଖିଛି। ଏଥିରେ ହସ୍ପିଟାଲ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

Share