ସ୍ବାସ୍ଥ୍ୟକେନ୍ଦ୍ରରୁ କମ୍ପ୍ୟୁଟର ଚୋରି

ଆରଡ଼ି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି ଫାଣ୍ଡି ଅନ୍ତର୍ଗତ ଆରଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ କମ୍ପ୍ୟୁଟର ଚୋରି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ସ୍ବାସ୍ଥ୍ୟକେନ୍ଦ୍ରରୁ ୨ଟି କମ୍ପ୍ୟୁଟର ସହ କିଛି ସ୍ବାସ୍ଥ୍ୟ ଉପକରଣ ଚୋରି କରି ନେଇଛନ୍ତି। ଶନିବାର ସ୍ବାସ୍ଥ୍ୟ କର୍ମଚାରୀ ଘଟଣା ସମ୍ପର୍କରେ ଜାଣି ଆରଡ଼ି ଫାଣ୍ଡିକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ୍ଲ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।