ଲୋଇସିଂହା,୧୫।୧(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ କରକଚିଆ ଛକ ନିକଟରେ ଥିବା ଏକ ଗଭୀର ନଳକୂପର ପମ୍ପ୍ ଚୋରି ହୋଇଯାଇଛି। ଏ ନେଇ ମନସାପାଲି ଗ୍ରାମବାସୀ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ରାସ୍ତାଘାଟରେ ଲାଗିଥିବା ଲୁହା ସୂଚନାଫଳକ, ବିଦ୍ୟୁତ୍ ଖୁଣ୍ଟ ନିୟମିତ ଭାବେ ଚୋରି ହୋଇଆସୁଛି। ଚୋରି ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ହେଲେ ଚୋରଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା କରକଚିଆ ଛକ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରିବାକୁ ସାଧାରଣରେ ଦାବି ହେଉଛି। ଅପରପକ୍ଷେ ଗଭୀର ନଳକୂପ ମୋଟର ଚୋରି ହୋଇଯାଇଥିବାରୁ ଆଗକୁ ମନସାପାଲି ଗ୍ରାମବାସୀ ପାନୀୟଜଳ ଲାଗି ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି।