ଛତ୍ରପୁର,୨୭ା୧୦(ଡି.ଏନ୍.ଏ.): ଛତ୍ରପୁର ୧୨ନମ୍ବର ୱାର୍ଡ ଚନ୍ଦ୍ରଶେଖରନଗର ଅଞ୍ଚଳ ଏକ ଘରୁ ଚୋରି ହୋଇଛି। ଚନ୍ଦ୍ରଶେଖର ନଗରରେ ଭଡାରେ ରହୁଥିବା ଗୋପୀନାଥ ଦାସ ଘର ତାଲା ପକାଇ ଗାଁକୁ ଯାଇଥିଲେ। ବୁଧବାର କେତେଜଣ ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ପଶି ୩ଟି ସୁନା ମୁଦି, ଗୋଟିଏ ହାର, ୨ଟି ଚେନ, କାନଫୁଲ, ପାଉଁଜି ଓ ନଗଦ ୪ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଏ ନେଇ ଗୋପୀନାଥ ଛତ୍ରପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା(ନଂ. ୬୬୫/୨) ରୁଜୁ କରିଛି। ଗୁରୁବାର ଥାନା ଏସ୍ଆଇ ସିଲୁ ଧଳ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସହ ତଦନ୍ତ କରିଛନ୍ତି।