ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ପ୍ରାୟ ୨୫ ଭରି ସୁନା ଓ ୪୦ରୁ ୪୫ ହଜାର ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି। ଉଦୟନାଥଙ୍କ କହିବା ପ୍ରକାରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ବ୍ରହ୍ମପୁର ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି। ସେ କିଛିଦିନ ହେବ ନିଜ ବାସ ଭବନରେ ଉପସ୍ଥିତ ନ ଥିଲେ। କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦାଣ୍ଡପଟୁ ଘରେ ପଶି କଳା କନା ବୁଲାଇଛନ୍ତି। ଏ ନେଇ ମୋହନା ଥାନାରେ ଉଦୟନାଥ ଏକ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ମୋହନା ଥାନାଧିକାରୀ ବସନ୍ତ କୁମାର ସେଠୀ ପହଞ୍ଚି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି।

Share