Advertisement

ମହୁ ବିକିବା ବାହାନାରେ ଘରେ ପଶି ଚୋରି

ରାଜଗାଙ୍ଗପୁର,୪।୮(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରପରିଷଦର ୱାଡ ନଂ. ୧୮ ବାଣ୍ଠୁପଡାରେ ମହୁ ବିକୁଥିବାର ଆଳଦେଖେଇ ଘରେ ପଶି ରୂପା ଅଳଙ୍କାର ଓ ଟଙ୍କା ଚୋରି କରି ଫେରାଇ ମାରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସମ୍ବଲପୁରର ରାଜୁ ଶବର।

ବାଣ୍ଠୁପଡାରେ ମହୁ ବିକିବା ପାଇଁ ରାଜୁ ବୁଲୁଥିଲେ। ସୁଜାତା ଲାକ୍ରାଙ୍କ ଘର ପାଖରେ ପହଞ୍ଚି ସୁଯୋଗ ଦେଖି ଘରେ ପଶି ରୂପା ଅଳଙ୍କାର ଓ ୧୦୫୦ ଟଙ୍କା ଚୋରି କରି ଫେରାର ମାରିଥିଲେ। କିଛି ସମୟ ପରେ ସୁଜାତା ଘରେ ଚୋରି ହୋଇଥିବା ଜାଣି ବାହାରେ ପ୍ରକାଶ କରିଥିଲେ। ମହୁ ବିକାଳି ଉପରେ ସନ୍ଦେହ କରି ତାକୁ ଖୋଜି ରାଜଗାଙ୍ଗପୁର ବସଷ୍ଟାଣ୍ଡରୁ ପାଇ ପୋଲିସକୁ ଖବର ଦେଇଥିଲେ। ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଥିଲା। ରବିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share