ସାଇ ମନ୍ଦିରରୁ ରୁପା ଅଳଙ୍କାର ଚୋରି

ପାରଳାଖେମୁଣ୍ଡି,୨।୮(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରେଖେଣ ସାହିସ୍ଥିତ ଶିରିଡ଼ି ସାଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତିିରେ ଚୋରି ହୋଇଥିବା ଜଣାପଡିଛି। କେତେକ ଦୁର୍ବୃତ୍ତ ମନ୍ଦିର ଗ୍ରିଲ ତାଲା ଭାଙ୍ଗି
ଭିତରେ ପଶି ସାଇବାବାଙ୍କ ରୁପା ମୁକୁଟ ଓ ସିଂହାସନ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଚୋରି ରୁପାର ଓଜନ ୮ କେଜିରୁ ଅଧିକ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଅଭିଯୋଗ ପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ମନ୍ଦିରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share