ବାହାର ନେତାଙ୍କୁ ଧାମନଗର ଛାଡ଼ିବାକୁ ନିର୍ଦ୍ଦେଶ

ଭଦ୍ରକ ଅଫିସ,୧।୧୧: ଧାମନଗର ଉପନିର୍ବାଚନ ଆସନ୍ତା ୩ ତାରିଖରେ ହେବାକୁ ଥିବାବେଳେ ମଙ୍ଗଳବାର ପ୍ରଚାର ଶେଷ ହୋଇଛି। ମତଦାନ ଶେଷ ସମୟର ୪୮ ଘଣ୍ଟା ପୂର୍ବରୁ ବାହାରୁ ଆସିଥିବା ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀ ଧାମନଗର ନିର୍ବାଚନମଣ୍ଡଳୀ ଏରିଆ ଛାଡ଼ିବାକୁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅବଗତ କରାଯାଇଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଆହୁତ ଖବରଦାତା ସମ୍ମିଳନୀରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଛନ୍ତି।

Share