Categories: ଫୁରସତ

ଜନ୍ମଦିନର ଥିମ୍‌ ‘ଅନ୍ତିମ ସଂସ୍କାର’

ନୂଆଦିଲ୍ଲୀ: ଜନ୍ମଦିନ ସମସ୍ତଙ୍କ ପାଇଁ ସବୁବେଳେ ଖାସ୍‌ ହୋଇଥାଏ। ସେହି ଦିନକୁ ସମସ୍ତେ ଧୁମ୍‌ଧାମ୍‌ରେ ମନେଇଥାନ୍ତି, ଯେପରି ସବୁଦିନ ପାଇଁ ତାହା ମନେରହିବ। ହେଲେ ଏଠାରେ ଜଣେ ଯୁବତୀ ତାଙ୍କ ଜନ୍ମଦିନକୁ କିଛି ଭିନ୍ନ ଢଙ୍ଗରେ ପାଳିଛନ୍ତି, ଯାହା ଶୁଣିଲେ ଲାଗିବ ଅଜବ। ହେଲି ହର୍‌ନୁମ୍‌ ନାମ୍ନୀ ଯୁବତୀ ନିକଟରେ ତାଙ୍କ ୩୦ତମ ଜନ୍ମଦିନର ଥିମ୍‌ ରଖିଥିଲେ ‘ଅନ୍ତିମ ସଂସ୍କାର’। ହେଲିଙ୍କ କହିବା ମୁତାବକ, ସେ ତାଙ୍କ ଟ୍ବଣ୍ଟିଜ୍‌କୁ ଶେଷ କରିବାକୁ ଏପରି କରିଛନ୍ତି। ଡେକୋରେଶନ ପାଇଁ ରଙ୍ଗବେରଙ୍ଗର ବେଲୁନ୍‌ ବଦଳରେ କେବଳ କଳା ଓ ଧଳା ରଙ୍ଗର ବେଲୁନ ଲଗାଯାଇଥିଲା। ଲାଗିଥିବା ବ୍ୟାନରରେ ରିପ୍‌ ବୋଲି ଲେଖାଥିଲା। ଡ୍ରେସ୍‌କୋଡ୍‌ ମଧ୍ୟ କଳାରଙ୍ଗର ରଖାଯାଇଥିଲା। ସେହିପରି କଳାରଙ୍ଗର ଏକ କେକ୍‌ ପ୍ରସ୍ତୁତ ହୋଇଥିଲା। ସେଥିରେ ଗୋଲାପି ରଙ୍ଗରେ ‘ରିପ୍‌ ଟ୍ବଣ୍ଟିଜ୍‌’ ଲେଖା ହୋଇଥିଲା। ସେ ତାଙ୍କ ସାଙ୍ଗମାନଙ୍କ ଗହଣରେ ଜନ୍ମଦିନକୁ ପାଳିବା ସହ ତାହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ, ଯାହା ପରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାଦେଖି ଅନେକ ୟୁଜର୍ସ ଆଶ୍ଟର୍ଯ୍ୟ ହୋଇଛନ୍ତି। ଜଣେ ଲେଖିଛନ୍ତି, ସେ ଏବେ ତାଙ୍କ ୩୦ତମ ଜନ୍ମଦିନ ପାଳିଥିଲେ। ହେଲେ ସେ ଏପରି ଯୋଜନା କରିପାରିନାହାନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ଲାଇକ୍‌ ଏବଂ କମେଣ୍ଟ ପାଇଁ ଲୋକେ କିଛି ବି କରୁଛନ୍ତି।

Share