ଭୁବନେଶ୍ୱର,୧୮।୧(ବ୍ୟୁରୋ): ହକି ବିଶ୍ୱକପ୍ ପାଇଁ ରାଜଧାନୀ ଏବେ ଚଳ ଚଞ୍ଚଳ। ନାଚ, ଗୀତ, ଖାଦ୍ୟ, ଖେଳ, ମନୋରଞ୍ଜନ ସହ ଆବାଳବୃଦ୍ଧ ଆଜି ଏକତ୍ରିତ। ରାଜଧାନୀ ଛାତିରେ ଲେଖା ହେଉଥିବା ଏହି ସଫଳ କାହାଣୀ ସହ ପୂର୍ବର ଭୁବନେଶ୍ୱର ପାଖକୁ ଫେରାଇ ନେଇଛି ଏବେ ଓ ସେବେ ଫଟୋ ପ୍ରଦର୍ଶନୀ। ମଙ୍ଗଳବାର ପ୍ରଦର୍ଶନୀ ପଡ଼ିଆଠାରେ ଏହି ପ୍ରଦର୍ଶନୀର ଶୁଭାରମ୍ଭ ହୋଇଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟକୁ ଜାବୁଡ଼ି ଧରିଥିବା ଭୁବନେଶ୍ୱରର ଛବିଗୁଡ଼ିକ ବେଶ୍ ଆକର୍ଷଣୀୟ ଥିଲା। ପୂର୍ବର ଭୁବନେଶ୍ୱରର କାହାଣୀ କହୁଥିଲା ଏହି ଛବି। ପ୍ରାୟ ୭୦ବର୍ଷ ପୂର୍ବjର ଛବି ସବୁ ଏଠାରେ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀ ପ୍ରତ୍ୟେକ ଦିନ ସକାଳ ୧୦ଟା ୩୦ରୁ ସା ୮ଟା ପର୍ଯ୍ୟନ୍ତ ଖୋଲା ରହିବ।