Categories: ଫୁରସତ

ଜୈବ ବିବର୍ତ୍ତନବାଦ

ବୈଜ୍ଞାନିକ ଚାଲର୍ସ ରବୋର୍ଟ ଡାର୍‌ଓ୍ବିନ ପୃଥିବୀକୁ ପ୍ରଦାନ କରିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କର ଜୀବତତ୍ତ୍ୱର ଉତ୍ପତ୍ତି ମତବାଦ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ। ଜୈବ ବିବର୍ତ୍ତନ ତତ୍ତ୍ୱ ମାନବ ପ୍ରଜାତିର ଉତ୍ପତ୍ତି ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥାଏ। ଏହି ଦୃଷ୍ଟିକୋଣ ଅନୁଯାୟୀ, ଆଜିର ମଣିଷମାନେ ଜେନେଟିକ ଗାଇଡ୍‌ ବୈଶିଷ୍ଟ୍ୟଗୁଡିକ ପିଢ଼ିି ପରେ ପିଢ଼ି ପର୍ଯ୍ୟନ୍ତ ବହନ କରିଥାନ୍ତି ଯାହା ବଞ୍ଚିବା ଏବଂ ପ୍ରଜନନ ସଫଳତା ପାଇଁ ସହାୟକ ହୋଇଥାଏ।
ବିବର୍ତ୍ତନର ତିନୋଟି ଭିନ୍ନ ତତ୍ତ୍ୱ ଅଛି ଯାହା ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗୋଟିଏ ହେଉଛି ନାଚୁରାଲ ସିଲେକଶନ ଡାରୱିନ ଥିଓରୀ। ଅନ୍ୟଟି ହେଉଛି ମ୍ୟୁଟେସନ ଥିଓରୀ ଅଫ ଇଭୋଲ୍ୟୁଶନ ଏବଂ ଶେଷଟି ହେଉଛି ମର୍ଡନ ସିନ୍ଥେଟିକ ଥିଓରୀ ଅଫ ଇଭୋଲ୍ୟୁଶନ।
ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଫେବୃୟାରୀ ୧୨ରେ ତାଙ୍କ ଜନ୍ମ ବାର୍ଷିକୀରେ ଡାର୍‌ଓ୍ବିନ ଦିବସ ପାଳନ କରାଯାଇଥାଏ। ୧୨ ଫେବୃୟାରୀ ୧୯୦୯ରେ ଡାରୱିନଙ୍କ ୧୦୦ତମ ଜନ୍ମବାର୍ଷିକୀ ନ୍ୟୁୟର୍କ ଏକାଡେମୀ ଅଫ୍‌ ସାଇନ୍ସ ଦ୍ୱାରା ପାଳନ କରାଯାଇଥିଲା। ଡାରୱିନଙ୍କ ଏକ ପିତ୍ତଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ୨୦୦୯ ମସିହା ଡାରୱିନଙ୍କ ଜନ୍ମର ୨୦୦ତମ ବାର୍ଷିକୀ ଥିଲା। ୯ ଫେବୃୟାରୀ ୨୦୧୧ରେ, କାଲିଫର୍ନିଆର ପ୍ରତିନିଧି ପିଟ ଷ୍ଟାକ ୧୨ ଫେବୃୟାରୀକୁ ଡାରୱିନ ଡେ ଭାବରେ ପାଳନ ଲାଗି ପ୍ରସ୍ତାବ ଆଗତ କରିଥିଲେ। ୨୨ ଜାନୁୟାରୀ ୨୦୧୩ରେ, ନ୍ୟୁ ଜର୍ସିର ପ୍ରତିନିଧି ରଶ ଡି ହୋଲ୍ଟ, ମଣିଷର ଉନ୍ନତିରେ ବିଜ୍ଞାନର ଗୁରୁତ୍ୱ ପାଇଁ ୧୨ ଫେବୃୟାରୀକୁ ‘ଚାଲର୍ସ ଡାରୱିନ୍‌ ଡେ’ ଭାବେ ଘୋଷଣା କରିଥିଲେ ଏବଂ ଡେଲାୱେରକୁ ଆମେରିକାର ପ୍ରଥମ ରାଜ୍ୟ ଭାବରେ ଏହି ଉତ୍ସବ ପାଳନ କରିଥିଲେ। ଆମେରିକାର ପ୍ରତିନିଧିସଭାର ପ୍ରତିନିଧି ଜିମ ହିମସଙ୍କ ଦ୍ୱାରା ୨ ଫେବୃୟାରୀ ୨୦୧୫ରେ ଉପସ୍ଥାପିତ ହୋଇଥିବା ୬୭ ପ୍ରସ୍ତାବରେ ଫେବୃୟାରୀ ୧୨କୁ ଆମେରିକାରେ ଡାରୱିନ ଡେ ଭାବରେ ପାଳନ କରିବାକୁ ଘୋଷଣା କରାଯାଇଥିଲା।
୧୨ ଫେବୃୟାରୀ ୧୮୦୯ରେ ବ୍ରିଟେନର ଦ ମାଉଣ୍ଟ ହାଉସରେ ଜନ୍ମ ଗ୍ରହଣ କରିଥିଲେ। ୧୯ ଏପ୍ରିଲ ୧୮୮୨ରେ ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଲଣ୍ଡନର ଦକ୍ଷିଣ ଉପକଣ୍ଠରେ ଥିବା ଡାଉନ ହାଉସରେ ଘଟିଥିଲା।

Share