ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୯୫୮ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୧୨ ଜଣ ଥିବା ବେଳେ ଅନୁଗୋଳରୁ ୮, ବାଲେଶ୍ୱରରୁ ୧୦, ବରଗଡ଼ରୁ ୮, କଟକରୁ ୯, ଦେବଗଡ଼ରୁ ୨, ଓ ଗଜପତିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୪, ଯାଜପୁରର ୭, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୪, ମୟୂରଭଞ୍ଜରୁ ୨ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନୟାଗଡ଼ରୁ୧, ନୂଆପଡ଼ାରୁ ୮, ପୁରୀରୁ ୭, ରାୟଗଡ଼ାରୁ ୩ ଓ ସମ୍ବଲପୁରରୁ ୧୦ ଆକ୍ରାନ୍ତ ଅଛନ୍ତି।

Share