Categories: ମେଟ୍ରୋ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧୭ ଅଧ୍ୟାପକ ପଦବୀ ଖାଲି

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟରେ ୧୭ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥିପାଇଁ ମୋଟ ୪୩୦ ଅଧ୍ୟାପକ ପଦବୀ ଥିବାବେଳେ ୩୧୩ଟି ପୂରଣ ହୋଇଛି। ଏବେ ୧୧୭ ଅଧ୍ୟାପକ ପଦବୀ ଖାଲି ରହିଛି। ଏହି ଖାଲି ପଦବୀ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରେ ରହିଛି। ଏହି ଜିଲାରେ ରହିଥିବା ୯୫ଟି ପଦବୀ ମଧ୍ୟରୁ ୬୨ଟି ପୂରଣ ହୋଇଥିବାବେଳେ ୩୩ଟି ଖାଲି ପଡ଼ିଥିବା ଜଣାପଡ଼ିଛି। ସେହିପରି ଏହା ତଳକୁ କଟକ ଓ ପୁରୀ ଜିଲାରେ ୧୫ ଲେଖାଏ ପଦବୀ ଖାଲି ପଡ଼ିଥିବାବେଳେ ସୁନ୍ଦରଗଡ଼ରେ ୧୧, ବାଲେଶ୍ୱର ୧୦, ମୟୂରଭଞ୍ଜ ୯, ଗଞ୍ଜାମ ୮, ସମ୍ବଲପୁର ୬, କେନ୍ଦ୍ରାପଡ଼ା ୫, ଫୁଲବାଣୀ ୨, ବଲାଙ୍ଗୀର, କୋରାପୁଟ ଓ ନୂଆପଡ଼ାରେ ଗୋଟିଏ ଲେଖାଏ ଅଧ୍ୟାପକଙ୍କ ପଦବୀ ଖାଲି ପଡ଼ିଛି। ତେବେ ମାଲକାନଗିରି ଜିଲାରେ ରହିଥିବା ମୋଟ ୭ଟି ପଦବୀ ପୂରଣ ହୋଇଛି।
ଅନ୍ୟପଟେ ରାଜ୍ୟର ୨୦ ଜିଲାର ୩୭ ବ୍ଲକ୍‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ଅଧ୍ୟାପକ ଜଣେ ବି ନାହାନ୍ତି। ସେଥିମଧ୍ୟରୁ କନ୍ଧମାଳ ଜିଲାର ସର୍ବାଧିକ ୫ ବ୍ଲକ୍‌ରେ ବିଜ୍ଞାନ ଅଧ୍ୟାପକ ନ ଥିବାବେଳେ ବଲାଙ୍ଗୀରରେ ୪ ବ୍ଲକ୍‌, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଜିଲାର ୩ଟି ଲେଖାଏ ବ୍ଲକ, ବୌଦ୍ଧ, କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲାର ୨ଟି ଲେଖାଏ ବ୍ଲକ, ବାଲେଶ୍ୱର, ବରଗଡ଼, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ସୋନପୁର ଜିଲାର ଗୋଟିଏ ଲେଖାଏ ବ୍ଲକରେ ବିଜ୍ଞାନ ଅଧ୍ୟାପକ ନ ଥିବା ଜଣାପଡ଼ିଛି।

Share