ରାଜଧାନୀରେ ୧୨୬ ପଜିଟିଭ୍‌: ମୋଟ୍‌ ଆକାନ୍ତଙ୍କ ସଂଖ୍ୟା ୨୮୬୧କୁ ବୃଦ୍ଧି

ଭୁବନେଶ୍ୱର,୧ା୮(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୨୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୧ରେ ପହଞ୍ଚିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୭୭ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ।


ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟଶ ୨୮୬୧ରେ ପହଞ୍ଚିଥିବା ବେଳେ ୧୫୬୬ ଜଣ ସୁସ୍ଥ ହୋଇଛନ୍ତି। ୧୨୭୬ ଚିକିତ୍ସିତ ହେଉଛନ୍ତି। ୧୭ ଜଣଙ୍କ ମୃତ୍ୟୁ ଘଟିଛି।

Share